ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା
ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସେବା ଭବନରେ ପ୍ରବେଶ କରିପାରିବେ ସାମ୍ବାଦିକ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ସ୍ୱୀକୃତିପ୍ରାପ୍ତ ଏବଂ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ଯିବାକୁ ଅନୁମତି ମିଳିଛି । ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ପ୍ରଦାନ କରାଯିବ ।
ପୂର୍ବ ସରକାର କୋଭିଡ୍ ଆଳ ଦେଖାଇ ଲୋକସେବା ଭବନ ଭିତରକୁ ସାମ୍ବାଦିକଙ୍କୁ ଯିବାକୁ ବାରଣ କରିଥିଲେ। କୋଭିଡ କଟକଣା ଉଠିଲା, ମାତ୍ର ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଇ ନଥିଲେ ବପୂର୍ବ ସରକାର। ବର୍ତ୍ତମାନ ବିଜେପି ସରକାର ପ୍ରଥମ ଥର ଓ ଶାସନ କ୍ଷମତାକୁ ଆସିବା ପରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଇଛନ୍ତି।