ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ କଡ଼ା

5Tର ପୋଲ୍‌ ଖୋଲିଲେ ସୁରେଶ ପୂଜାରୀ

ପୂର୍ବ ସରକାରରେ ଥିବା 5Tର ପୋଲ ଖୋଲିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ କଡ଼ା ଟାର୍ଗେଟ କରି କହିଛନ୍ତି, ଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା କିନ୍ତୁ କାର୍ଯ୍ୟକାରୀ ଶୂନ। ଯେଉଁ ନିଷ୍ପତ୍ତି ନେଲେ ଆମ ସରକାର କରିବ ବୋଲି ଛାଡ଼ିକି ଗଲେ। ଯାହା 5T କାଗଜପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରୁଥିଲା। ରିଲିଫ ଫଣ୍ଡରେ ଯେତିକି ଟଙ୍କା ନାହିଁ, ତା’ଠୁ ଅଧିକ ଘୋଷଣା କରିଥିଲେ ସରକାର।ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ସେହି କାର୍ୟ୍ୟ ତ୍ବରାନ୍ବିତ କରିନାହାନ୍ତି ? ୫୨ଟି ପ୍ରକଳ୍ପ କାହିଁକି କାର୍ୟ୍ୟକାରୀ ହୋଇନାହିଁ ? ଏହାର ରହସ୍ୟ କଣ ବୋଲି ପ୍ରଶ୍ନକାଳ ଆଲୋଚନା ବେଳେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ଯାହାର ଉତ୍ତର ଦେଇଥିଲେ ସୁରେଶ ପୂଜାରୀ । କହିଥିଲେ, ଏହାର ରହସ୍ୟ ହେଉଛି, ବିଗତ ସରକାର ଅନେକ ନିଷ୍ପତି ନେଉଥିଲେ, ଏଥିରେ ସନ୍ଦେହ ନାହିଁ କିନ୍ତୁ ସେଗୁଡିକ କାର୍ୟ୍ୟକାରୀ ହେଉନଥିଲା । ଯେଉଁ ନିଷ୍ପତି ନେଇଥିଲେ, ବିଜେପି ସରକାରକୁ ଆସିଲେ କରିବ ବୋଲି ଛାଡ଼ି ଦେଇଥିଲେ । ପୂର୍ବ ସରକାର ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ କରିବା ପାଇଁ ରାଜସ୍ୱ ବିଭାଗ ନିଷ୍ପତି ନେଇନଥିଲା, ସେହି ନିଷ୍ପତି ନେଇଥିଲେ 5T । କାଗଜ ପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରିଥିଲେ 5T । 5T ସେତେବେଳେ କେତେ ଶକ୍ତିଶାଳୀ ଥିଲା ତାହା ସମସ୍ତଙ୍କୁ ଜଣା । 5T ଘୋଷଣା ପରେ ବିଭାଗ ଏଷ୍ଟିମେଟ କଲା, ଟେଣ୍ଡର ହେଲା କିନ୍ତୁ ୱାର୍କ ଅର୍ଡର ବେଳକୁ ପଇସା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରିବେ ବୋଲି କୁହାଯାଇଥିଲା । ରିଲିଫ ପାଣ୍ଠିରୁ ଯେତିକି ଅର୍ଥ ନାହିଁ, ତା ଠାରୁ ଅଧିକ ଘୋଷଣା କରାଯାଇଥିଲା ବୋଲି କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ସୁରେଶ ।