ଗଙ୍ଗାରେ ନୌକାବିହାର କଲେ ପ୍ରଧାନମନ୍ତ୍ରୀ

ଗଙ୍ଗାରେ ନୌକାବିହାର କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିବା ପରେ କୋଲକତାରେ ହୁଗୁଳୀ ନଦୀରେ ସମୟ ଅତିବାହିତ କରିଛନ୍ତି । ହୁଗୁଳୀ ନଦୀରେ ନୌକାବିହାର କରିବା ସହିତ ଫଟୋ ଉଠାଇଛନ୍ତି । ହାତରେ କ୍ୟାମେରା ଧରି ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ ଉଠାଇଛନ୍ତି ।ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରି କହିଛନ୍ତି, ହୁଗୁଳୀ ନଦୀକୁ ପଶ୍ଚିମବଙ୍ଗ ସଂସ୍କୃତି ସହିତ ଜଡିତ । ମା ଗଙ୍ଗାଙ୍କର ବଙ୍ଗାଳୀଙ୍କ ଜୀବନରେ ଏକ ବିଶେଷ ସ୍ଥାନ ରହିଛି । ଏହା ଚଳ ପ୍ରାଚୀନ ସଭ୍ୟତା ଏବଂ ଭାବନାକୁ ନିଜ ସାଥିରେ ବାନ୍ଧି ରଖିଛି ।ପ୍ରଧାନମନ୍ତ୍ରୀ ମୋଦି ସକାଳ ସମୟରେ ଗଙ୍ଗା ନଦୀ ତଟରେ କିଛି ସମୟ ଅତିବାହିତ କରିଛନ୍ତି । ଏହାସହିତ ମା ଗଙ୍ଗାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏହାସହିତ ନିଜ କ୍ୟାମେରା ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ ଉଠାଇଛନ୍ତି ।

Leave a Reply

Your email address will not be published. Required fields are marked *