ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ, ବଢ଼ିଲା ବିଚାରପତିଙ୍କ ସଂଖ୍ୟା

ସୁପ୍ରିମକୋର୍ଟରେ ୪ ନୂଆ ବିଚାରପତି

ସୁପ୍ରିମକୋର୍ଟରେ ୪ ନୂଆ ବିଚାରପତି । ମୋଟ ୩୮ ଜଣ ହେବେ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଜାରି କରିଛନ୍ତି । ଏହା ଦ୍ୱାରା ସୁପ୍ରିମକୋର୍ଟର ମୋଟ ବିଚାରପତି ସଂଖ୍ୟା ୩୪ରୁ ବଢ଼ି ୩୮ କରାଯାଇଛି। ଏଥିରେ ପ୍ରଧାନ ବିଚାରପତି ମଧ୍ୟ ସାମିଲ୍ ଅଛନ୍ତି । ୨୦୨୬ ମସିହାର ଏହି ପଦକ୍ଷେପ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଇତିହାସରେ ଏକ ବଡ଼ ମାଇଲ୍ ଷ୍ଟୋନ୍ ହୋଇ ରହିବ। କେନ୍ଦ୍ର କ୍ୟାବିନେଟ୍ ମେ’ ୫ ତାରିଖରେ ଏହି ପ୍ରସ୍ତାବକୁ ମଞ୍ଜୁର କରିଥିଲା ଏବଂ ସଂସଦ ଅଧିବେଶନ ନଥିବାରୁ ରାଷ୍ଟ୍ରପତି ମେ’ ୧୬-୧୭ ତାରିଖରେ ଅଧ୍ୟାଦେଶ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟରେ ପ୍ରାୟ ୯୫,୦୦୦ ମାମଲା ପେଣ୍ଡିଙ୍ଗ୍ ରହିଛି । କୋଭିଡ୍ ପରେ ମାମଲା ଦାଖଲ ହେବାର ସଂଖ୍ୟା ବହୁତ୍ ବଢ଼ିଯାଇଛି । ଅଧିକ ବିଚାରପତି ଥିଲେ ଅଧିକ ବେଞ୍ଚ ବସିପାରିବେ, ଶୁଣାଣି ତ୍ୱରାନ୍ୱିତ ହେବ ଏବଂ ନ୍ୟାୟ ମିଳିବାର ଗତି ବଢ଼ିବ ।

Leave a Reply

Your email address will not be published. Required fields are marked *