ଆଜି ବି ୪୦୦ ପାର AQI
ଦୀପାବଳି ପରେ ଦିଲ୍ଲୀରେ କମିନି ପ୍ରଦୂଷଣର ମାତ୍ରା। ଆକାଶରେ ଧୂଆଁର ଚାଦର, ରାସ୍ତାରେ ଘନ କୁହୁଡ଼ି ଜମି ରହିଛି। ଶୁଦ୍ଧ ବାୟୁ ପାଇଁ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ। ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଚିନ୍ତାଜନକ ରହିଛି। ଆଜି ସକାଳ ୬ଟାରେ ଦିଲ୍ଲୀର AQI ୩୧୧ ଥିଲା, ଯାହା ଅତ୍ୟନ୍ତ ଖରାପ ବର୍ଗରେ ରହିଥିଲା। କିଛି ଅଞ୍ଚଳରେ ଏହା ୪୦୦ ଅତିକ୍ରମ କରିଥିଲା। ଦିଲ୍ଲୀର ଚାନ୍ଦନୀ ଚୌକରେ ସର୍ବାଧିକ AQI 400 ରେକର୍ଡ କରାଯାଇଛ, ଯାହା ଗମ୍ଭୀର ବର୍ଗରେ ରହିଛି। ପୁସାରେ ୩୯୮, DU ଉତ୍ତର କ୍ୟାମ୍ପସରେ ୩୭୬, ବୁରାରୀରେ ୩୬୪ ରହିଥିଲା। ଅନେକ ଅଞ୍ଚଳରେ ଏବେ ବି AQI ୩୦୦ ଉପରେ ରେକର୍ଡ କରାଯାଇଛି। WHO ମାନଦଣ୍ଡ ଅନୁଯାୟୀ ପ୍ରଦୂଷଣର ମାତ୍ରା ନିରାପଦ ସୀମାଠାରୁ ଅନେକ ଗୁଣ ଅଧିକ। ଏହି ପ୍ରଦୂଷକ ସ୍ତର ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ଅସୁସ୍ଥ କରିପାରେ ଏବଂ ଗୁରୁତର ରୋଗରେ ପୀଡିତ ଲୋକଙ୍କ କଷ୍ଟକୁ ବଢ଼ାଇପାରେ। ଏପରି ପରିସ୍ଥିତିରେ, ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
