ଏସଆଇ ଚାକିରି କେଳେଙ୍କାରୀ, ବିହାର ପରେ ସାମ୍ନାକୁ ଆସିଲା ଗୁଜୁରାଟ ଲିଙ୍କ୍

ପୋଲିସ ଏସଆଇ ଚାକିରି କେଳେଙ୍କାରୀ, ଗୁଜରାଟରୁ ଆଉ ଜଣେ ଗିରଫ

ପୋଲିସ ଏସ ଆଇ ଚାକିରି କେଳେଙ୍କାରୀ । ବିହାର ପରେ ସାମ୍ନାକୁ ଆସିଲା ଗୁଜୁରାଟ ଲିଙ୍କ୍ । ଗୁଜୁରାଟ ବଡୋଦ୍ରାରୁ ନିତୁ ଆରୋରାକୁ ଗିରଫ କଲା ସିବିଆଇ । ପୋଲିସ ଏସ ଆଇ ନିଯୁ୍କ୍ତି ପାଇଁ ନେଇଥିଲା ଦାୟିତ୍ବ । ଏସ ଆଇ ସହିତ ଆଉ ଦୁଇଟି ନିଯୁକ୍ତି ର ଦାୟିତ୍ବ ନେଇଥିବା ମଧ୍ୟ ସିବିଆଇ ହାତରେ ଲାଗିଛି ତଥ୍ୟ । ଗୁଜୁରାଟରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ସିବିଆଇ‌ । ଏନେଇ ଗତ ଦୁଇ ଦିନ ଧରି ବିହାରର ଗିରଫ ଅଭିଯୁକ୍ତ ନିତିଶ କୁମାର ଓ ଓଡ଼ିଶାର ଗିରଫ ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ବେଳେ ସିବିଆଇ ପାଇଥିଲା ତଥ୍ୟ । ତେବେ ନିତିଶ କୁମାର ସହ ଅନ୍ୟ ଚାରି ଜଣଙ୍କ ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରିଛି ସିବିଆଇ‌ । ନିତୁ ଆରୋରାକୁ ପରବର୍ତି ପର୍ଯ୍ୟାୟରେ ପଚରାଉଚରା ପରେ ସାମ୍ନାକୁ ଆସିବା ଆଉ କିଛି ନୁଆ ଲିଙ୍କ୍ ।

Leave a Reply

Your email address will not be published. Required fields are marked *