ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା

ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର

ବିଶିଷ୍ଟ ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା । ଓଡ଼ିଶାର ମୋଟ୍ ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର । ୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ । ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ । ADG ସଞ୍ଜୀବ ପଣ୍ଡା ଓ DSP ସ୍ମିତାରାଣୀ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ସବ୍ ଇନ୍ସପେକ୍ଟର ମନ୍ମଥ ମହାପାତ୍ରଙ୍କୁ ସାହସିକତା ପଦକ ମିଳିବ । ସେହିପରି ହାବିଲଦାର ନିରାକାର ଭୁଏଙ୍କୁ ସାହସିକତା ପୁରସ୍କାର । କମାଣ୍ଡୋ ସନ୍ତୋଷ ଗୁରୁଙ୍ଗଙ୍କୁ ସାହସିକତା ପୁରସ୍କାର । କମାଣ୍ଡୋ ସୁମନ ପୁନ୍ ଙ୍କୁ ସାହସିକତା ପୁରସ୍କାର । କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟାଙ୍କୁ ସାହସିକତା ପୁରସ୍କାର । ଅଗ୍ନିଶମ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ଓ ୨ ଜଣଙ୍କୁ ସାହସିକତା ପଦକ । ଅଗ୍ନିଶମ ସେବାରେ ASO ମଳୟ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ। ବେସାମରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ସେବାରେ ଜଣଙ୍କୁ ସାହସିକତା ପଦକ । ସଂସ୍କାରମୂଳକ ସେବା ପାଇଁ ୨ ଜଣଙ୍କୁ ସାହସିକତା ପୁରସ୍କାର ମିଳିବ ।

Leave a Reply

Your email address will not be published. Required fields are marked *