ରାଜସ୍ଥାନର ଆଜମେର ଠାରୁ HPV ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

‘HPV ନିରାକରଣ ଟୀକା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜସ୍ଥାନର ଆଜମେର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱର କୃଷି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟସ୍ତରୀୟ ଉତ୍ସବରେ ହ୍ୟୁମାନ ପାପିଲୋମା ଭାଇରସ୍ ବା HPV ନିରାକରଣ ପାଇଁ ରାଜ୍ୟବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏହି ଟୀକାକରଣ ଅଭିଯାନ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ, ମହିଳାମାନଙ୍କୁ ସୁସ୍ଥ ଓ ସଶକ୍ତ କରିବା ଏହାର ଲକ୍ଷ୍ୟ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ମହତ୍ତ୍ୱକାଂକ୍ଷୀ ଅଭିଯାନରେ ଓଡ଼ିଶାର ୧୪ ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୩.୩୬ ଲକ୍ଷ ବାଳିକାଙ୍କୁ ଟୀକାକରଣ କରାଯିବ। ଏଥିପାଇଁ ୩ ମାସ ସମୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଟୀକା ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ମାସରେ ଏହାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ଏହି ଟୀକା ସମ୍ପୂର୍ଣ୍ଣ ଦେୟମୁକ୍ତ।

Leave a Reply

Your email address will not be published. Required fields are marked *