ଏକ୍ ହେବେ ଡ୍ରାଗନ୍-ହାତୀ
ଏକ୍ ହେବେ ଡ୍ରାଗନ୍-ହାତୀ ଏକ୍ ହେବେ ଡ୍ରାଗନ୍-ହାତୀ । ୭ ବର୍ଷ ପରେ ଏକାଠି ବସିଲେ ୨ ବିରୋଧୀ ରାଷ୍ଟ୍ର । ଏକାସାଙ୍ଗରେ ବସି ଆଲୋଚନା କଲେ ୨ ବିଶ୍ୱ ନେତା ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଭାରତ ଚୀନ ମଧ୍ୟରେ ହେଲା ଦ୍ୱିପାକ୍ଷିକ ଆଲୋଚନା । ଉପସ୍ଥିତ ଥିଲେ ଏନଏସଏ ଅଜିତ୍ ଡୋଭାଲ୍ । ବୈଠକ ପରେ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ । ପରସ୍ପର ସମ୍ମାନ, ବିଶ୍ୱାସରେ ଆଗକୁ ବଢିବ କହିଛନ୍ତି ମୋଦୀ । ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରହିବ । କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବ । ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା । ଚୀନ ଓ ଭାରତ ଦୁଇଟି ପ୍ରାଚୀନ ସଭ୍ୟତା କହିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଭାରତକୁ ହାତୀ ଏବଂ ଚାଇନାକୁ ଡ୍ରାଗନ କହିବା ସହ ଡ୍ରାଗନ୍-ହାତୀ ଏକାଠି ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି । ଭାରତ ଓ ଚୀନ ଭଲ ବନ୍ଧୁ ଓ ପଡୋଶୀ ହେବା ଗୁରୁତ୍ୱପୂର୍ଣ୍ଣ । ଆମେ ବିଶ୍ୱର ଦୁଇ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ଦକ୍ଷିଣ ଏସିଆ ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକାଠି କାମ କରିବାକୁ ହେବ । ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ସମାଧାନ ଦିଗରେ ଅଗ୍ରଗତି ହୋଇଛି।
