ଗହୀରମଥାରେ ଅଲିଭରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ । ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅନେକ କଇଁଛମାନେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରୁଛନ୍ତି । ବିକ୍ଷିପ୍ତ ଭାବେ ଅଲିଭରିଡଲେ ଦେଇଥିବା ଅଣ୍ଡାକୁ ସଂଗ୍ରହ କରି ଅସ୍ଥାୟୀ ହାଚେରିରେ ରଖାଯାଇଛି । ଚଳିତ ବର୍ଷ ଗୋଟିଏ ଦିନରେ ୬୦ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବାରୁ ଏଥର ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହେବାନେଇ ଆଶା ରଖିଛି ବନବିଭାଗ । ବର୍ତ୍ତମାନ ସୁଦ୍ଧା ବନବିଭାଗର ରିପୋର୍ଟ ଅନୁସାରେ ୨୨୫ଟି କଇଁଛ ବସା ଚିହ୍ନଟ କରାଯାଇ ହାଚେରିରେ ରଖାଯାଇଛି ।
