ବନ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ୨୫୨୬ କୋଟି ମାଗିଲା ଓଡ଼ିଶା
ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କେନ୍ଦ୍ରୀୟ ଟିମ୍ । ୩ ଜିଲ୍ଲାର କ୍ଷୟକ୍ଷତି ବାବଦରେ କେନ୍ଦ୍ରକୁ ୨୫୨୬ କୋଟି ଟଙ୍କା ମାଗିଲା ଓଡ଼ିଶା । ସ୍ଥାୟୀ ସମାଧାନ ପାଇଁ ଅତିରିକ୍ତ ୧୦ ହଜାର କୋଟିର ସ୍ବତନ୍ତ୍ର ସହାୟତା ଦାବି । କେନ୍ଦ୍ରକୁ ୮ରୁ ୧୦ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବ ଟିମ୍ ।
ଦୁଇ ଦିନ ଧରି ଗଞ୍ଜାମ ଏବଂ ଗଜପତିରେ କ୍ଷୟକ୍ଷତି ଆକଳନ କରିଥିଲେ ୮ ଜଣିଆ କେନ୍ଦ୍ରୀୟ ଟିମ। କେତେ ଚାଷ ଜମି କ୍ଷୟକ୍ଷତି ହୋଇଛି, କେତେ ଘର ଭାଙ୍ଗିଛି, ଜୀବନ ଜୀବିକା କିଭଳି ପ୍ରଭାବିତ ହୋଇଛି, ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ବନ୍ୟା ପୀଡିତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ଟିମର ସଦସ୍ୟ।ରାଜ୍ୟ ସରକାରଙ୍କ ସହ ଆଲୋଚନ ପରେ ଦିଲ୍ଲୀ ଫେରି କେନ୍ଦ୍ର ସରକାରଙ୍କ ରିପୋର୍ଟ ଦେବ ଟିମ। ରିପୋର୍ଟ ଆଧାରରେ ଓଡି଼ଶାକୁ ମିଳିପାରେ କେନ୍ଦ୍ରୀୟ ସହାୟତା। ଗତକାଲି ବାତ୍ୟା ପ୍ରଭାବ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ।
