ପରଲୋକରେ କ୍ରାଇମବ୍ରାଞ୍ଚ ଆଇଜି ଶଫିନ୍ ଅହମ୍ମଦ
ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି ଆଇଜିଙ୍କ ପରଲୋକ। ଆଇପିଏସ ସଫିନ ଅହମ୍ମଦଙ୍କ ଦେହାନ୍ତ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କେରଳର ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ର ଜଣେ ଦକ୍ଷ ଆଇପିଏସ୍ ଅଫିସର ଥିଲେ । ଜୁଲାଇ ୨୦୨୩ ରୁ ସେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଜର ଦାୟିତ୍ୱ ତୁଲାଉଥିଲେ ।
