ଆମରଣ ଅନଶନରେ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ
ଦାବି ପୂରଣ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ। ଭୁବନେଶ୍ୱରର ଲୋୟର ପିଏମଜିରେ ଗତ ୧୭ ତାରିଖରୁ ଧାରଣାରେ ବସିଥିବା ଆଶାୟୀ ଶିକ୍ଷକମାନେ ଏବେ ହଙ୍ଗର ଷ୍ଟ୍ରାଇକ୍ ଆରମ୍ଭ କରିଛନ୍ତିସରକାରଙ୍କ ସହ ଦାବି ନେଇ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନେଇଛି ସଂଘ। ଗତକାଲି ଆଶାୟୀ ଶିକ୍ଷକମାନେ ଗଣଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନାରୁ କୌଣସି ସମାଧାନର ବାଟ ନବାହାରିବାରୁ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରଖିବା ସହ ହଙ୍ଗର ଷ୍ଟ୍ରାଇକ୍ କରିବାକୁ ଘୋଷଣା କରାଯାଇଛି।ଆଶାୟୀ ଶିକ୍ଷକମାନଙ୍କ କହିବା ଅନୁଯାୟୀ, ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ। ଦାବି ପୂରଣ ହେଲେ ହିଁ ହଙ୍ଗର ଷ୍ଟ୍ରାଇକରୁ ଉଠିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।ଏହି ଆନ୍ଦୋଳନ ଫଳରେ ଲୋୟର ପିଏମଜିରେ ଆଶାୟୀ ଶିକ୍ଷକଙ୍କ ଧାରଣା ଆହୁରି ଜୋରଦାର ହୋଇଛି।
