ସ୍କୁଲ ଆସିବା ବେଳେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ

ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ​ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଯାଏଁ ସହାୟତା । ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା କିମ୍ବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ଅକ୍ଷମତା ପାଇଁ ୨ ଲକ୍ଷ ଟଙ୍କା ମିଳିବ। ଆହତ ହେଲେ ଚିକିତ୍ସା ମାଗଣା ଏବଂ ଯାତାୟାତ ପାଇଁ ମିଳିବ ୧୦ ରୁ ୩୦ ହଜାର ଟଙ୍କା । ୨୪ ଘଣ୍ଟା ମଧ୍ୟରେ ସିଧାସଳଖ ମା’ଙ୍କ ବ୍ୟାଙ୍କ ଖାତାକୁ ଯିବ ଟଙ୍କା । ବିଦ୍ୟାଳୟକୁ ଆସିବା-ଯିବା ବେଳେ କିମ୍ବା ସ୍କୁଲ ପରିସରରେ କୌଣସି ଅପ୍ରତ୍ୟାଶିତ ଦୁର୍ଘଟଣାର ଶିକାର ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ନିମନ୍ତେ ‘ଏକ୍ସ-ଗ୍ରାସିଆ ଗ୍ରାଣ୍ଟ ଫଣ୍ଡ’ର ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *