ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ମହିଳା ସଂରକ୍ଷଣ ବିତର୍କ : ବିଧାନସଭା ଅଧିବେଶନରେ ‘କଙ୍କାଳ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ

ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି । ଆଜି ସବୁ କ୍ଷେତ୍ରରେ ଆଗରେ ଅଛନ୍ତି ମହିଳା । ମହିଳା ସଂରକ୍ଷଣ ପାଇଁ ବିରୋଧୀ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କଂଗ୍ରେସ କ୍ଷମତାରେ ଥିବାବେଳେ କାହିଁକି ବିଲ୍ ପାରିତ କରିନଥିଲେ । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି । ସୁଭଦ୍ରା ଯୋଜନା ମହିଳାମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ମୋହନ ମାଝୀ ।ଅନ୍ୟପଟେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ମହିଳାଙ୍କ କଙ୍କାଳ ମାଟି ତଳୁ ବାହାର କରି ବ୍ୟାଙ୍କରେ ପ୍ରମାଣ ଦେବା ଏହା କିଭଳି ମହିଳା ସଶକ୍ତିକରଣ ? ଡବଲ ଇଂଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଘଟଣା ଘଟିଛି । ସାରା ବିଶ୍ୱରେ ନିନ୍ଦିତ ହେବାକୁ ପଡିଛି। ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିଲେ । ୨୦୦୦ ମସିହାରେ ମୋ ସରକାର ୫୦ ପ୍ରତିଶତ ସଂରକ୍ଷଣ ଦେଇଥିଲା । ମିଛ ପ୍ରଚାର କରୁଛି ବିଜେପି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସମସ୍ତ ସଂସାଦଙ୍କୁ ଚିଠି ଲେଖିଛି । ସୀମା ନିର୍ଦ୍ଧାରଣ ବିଲ ରାଜ୍ୟର ରାଜନୈତିକ ଅଧିକାର ସଙ୍କୁଚିତ କରିବ । ଓଡ଼ିଶାବାସୀଙ୍କୁ ଭରସା ଦେଉଛି ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାର ହକକୁ କେହି ବଞ୍ଚିତ କରିପାରିବେ ନାହିଁ । ଓଡ଼ିଶାର ବିଜେପି ବିଧାୟକ ମାନେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *