ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି

ଭେନେଜୁଏଲାରେ ପ୍ରକୃତି ରଚିଛି ତାଣ୍ଡବ, ୨୭ହଜାର ନିଖୋଜ

ଭୟଙ୍କର ଭୂକମ୍ପରେ ୨୭ହଜାର ନିଖୋଜ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି । ଭେନେଜୁଏଲାରେ ପ୍ରକୃତି ରଚିଛି ତାଣ୍ଡବ । ମାତ୍ର କେଇ ସେକେଣ୍ଡ ବ୍ୟବଧାନରେ ଆସିଥିବା ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୭.୨ ଏବଂ ୭.୫ ରେକର୍ଡ କରାଯାଇଛି। ରାଜଧାନୀ ପଶ୍ଚିମରେ ଥିବା ୟାରାକୁଇ ପ୍ରଦେଶ ଏହାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏହାର ପ୍ରଭାବରେ ଜନବସତିପୂର୍ଣ୍ଣ କାରାକାସ୍ ଏବଂ ବନ୍ଦର ସହର ଲା ଗୁଆଇରା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି।ଏହି ମହାବିପତ୍ତିରେ ବର୍ତ୍ତମାନ ସୁଦ୍ଧା ୧୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ପ୍ରାୟ ୨୭ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି, ଯେଉଁମାନେ ଭୁଶୁଡ଼ି ପଡ଼ିଥିବା କୋଠାବାଡ଼ିର ଧ୍ୱଂସସ୍ତୂପ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ।

Leave a Reply

Your email address will not be published. Required fields are marked *