ଆହୁରି ୫ ଦିନ ଯାଏ ବର୍ଷା

ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ

ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ଜୁନ ୧୨ରେ ରାଜ୍ୟକୁ ମୌସୁମୀର ଅଗ୍ରସର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥର କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଥିଲା ମୌସୁମୀ ବାୟୁ । ଉତ୍ତର ଭାଗରୁ ରାଜ୍ୟକୁ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୧୧ ଦିନରେ ସମ୍ପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇଛି ମୌସୁମୀ । ଏହାସହ ରାଜ୍ୟରେ ଟ୍ରପ ଲାଇନ ସକ୍ରିୟ ରହିଛି ।ଆହୁରି ୫ ଦିନ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, କନ୍ଧମାଳ, ବରଗଡ଼ ,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *