୪୮ ଘଣ୍ଟାରେ ସାରା ରାଜ୍ୟ ଛୁଇଁବ ମୌସୁମୀ
୪୮ ଘଣ୍ଟାରେ ସାରା ରାଜ୍ୟ ଛୁଇଁବ ମୌସୁମୀ । ରାଜ୍ୟରେ ୫ ଦିନ ଯାଏ ବର୍ଷା ସହ ୨ ଦିନ ପ୍ରବଳ ବର୍ଷା ପାଇଁ ଚେତାବନୀ । ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି । ୪୮ ମଧ୍ୟରେ ମୌସୁମୀ ଛୁଇଁବ ସାରା ଓଡିଶା । ଏହାସହ ରାଜ୍ୟରେ ଟ୍ରପ ଲାଇନ ସହ କାଳବୈଶାଖୀକୁ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୫ ଦିନ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।ଆଜି ଭୁବନେଶ୍ୱରରେ ଝିପି ଝିପି ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାର ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ, ରାୟଗଡା, କନ୍ଧମାଳ, ବରଗଡ଼ , ଜଗତସିଂହପୁର , କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଜ୍ରପାତ ସହ ବର୍ଷା ଓ ୪୦ରୁ କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ କେନ୍ଦୁଝର ,ମୟୁରଭଞ୍ଜ ଓ ସୁନ୍ଦରଗଡ ଏହି ୭ ଜିଲ୍ଲାକୁ ଛାଡି ଅବଶିଷ୍ଟ ୧୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।
