ମୌସୁମୀ ଅଧିବେଶନ ନେଇ ଏନଡିଏର ରଣନୀତି

‘ମଙ୍ଗଳ ମିଳନ’ରେ ତ୍ରିରଙ୍ଗା ଉଡ଼ାଇଲେ ମୋଦୀ

ନୂଆଦିଲ୍ଲୀର ସଂସଦ ପାଠାଗାରରେ ମଙ୍ଗଳବାର ଏନଡିଏର ‘ମଙ୍ଗଳ ମିଳନ’ ବୈଠକ ଅନୁଷ୍ଠିତ ହୋଇଛି । ମୌସୁମୀ ଅଧିବେଶନର ଆଉ ତିନି ଦିନ ବାକି ଥିବା ବେଳେ ସଂସଦରେ ଏନଡିଏର ଆଗାମୀ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଏନଡିଏର ବହୁ ବରିଷ୍ଠ ନେତା ଓ ସାଂସଦ ଉପସ୍ଥିତ ଥିଲେ । ‘ବନ୍ଦେ ମାତରମ୍’ ସ୍ଲୋଗାନ୍‌ରୁ ବୈଠକ ଆରମ୍ଭ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ସଭାପତି ନୀତିନ ନବୀନ ଏବଂ ଅନ୍ୟ ଏନଡିଏ ନେତାମାନେ ତ୍ରିରଙ୍ଗା ଉଡ଼ାଇଥିଲେ ।

ବୈଠକରେ ମୌସୁମୀ ଅଧିବେଶନର ଶେଷ ତିନି ଦିନରେ ସଂସଦରେ କେଉଁ ପ୍ରସଙ୍ଗ ଉଠାଯିବ ଏବଂ କେଉଁ ରଣନୀତି ଆପଣାଯିବ, ସେନେଇ ଆଲୋଚନା ହୋଇଛି । ଏହା ସହିତ ଏନଡିଏର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଭଲ ସମନ୍ୱୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *