ବାଳକାଟିରେ ଭୟଙ୍କର ଅଗ୍ନିକାଣ୍ଡ
ବାଳକାଟିରେ ଭୟଙ୍କର ଅଗ୍ନିକାଣ୍ଡ । ଭାର୍ଗବୀ ସେତୁ ତଳେ ଥିବା ଏକ କବାଡିଆ ଗୋଦାନରେ ନିଆଁ ଲାଗିଛି । ହୁ ହୁ ହୋଇ ଜଳୁଛି ଗୋଦାମରେ ଥିବା ପ୍ଲାଷ୍ଟିକ ଓ କବାଡିଆ ସାମଗ୍ରୀ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁର ପ୍ରକୋପ ଏତେ ଜୋରେ ଥିଲା ଯେ ପୁରା ଆକାଶ ଧୂଆଁ ମୟ ହୋଇଯାଇଥିଲା। ଘଟଣାସ୍ଥଳରେ ବାଲିଅନ୍ତା ଅଗ୍ନିଶମ ବାହିନୀ ଟିମ୍ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲାଇଛନ୍ତି ।
