ବରିଷ୍ଠ OAS ସ୍ତରରେ ବଡ଼ ଧରଣର ଅଦଳବଦଳ
ବରିଷ୍ଠ OAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୪୨ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର । ବିଧାନ ଚନ୍ଦ୍ର ରାୟ ହେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ । ସରୋଜ ରାଉତ ହେଲେ GA ବିଭାଗର ଅତିରିକ୍ତ ଶାସନ ସଚିବ। ପୂର୍ଣ୍ଣଚନ୍ଦ୍ର ଦୋଳାଇ ହେଲେ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ । ସସ୍ମିତା ସାହୁ ହେଲେ ଅବକାରୀ ବିଭାଗର ଅତିରିକ୍ତ ସଚିବ । ଅନିରୁଦ୍ଧ ପ୍ରଧାନ ହେଲେ ସୁବର୍ଣ୍ଣପୁର ଏଡିଏମ । ପୁଷ୍ପକ ପ୍ରଧାନ ହେଲେ କେନ୍ଦୁଝର ଉପଜିଲ୍ଲାପାଳ ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ ଅନ୍ୟ ୩୬ ଜଣ ଅଧିକାରୀଙ୍କର ମଧ୍ୟ ବଦଳି ଓ ନୂତନ ନିଯୁକ୍ତି ହୋଇଛି । ତେବେ ସମସ୍ତ ୪୨ ଜଣ ଅଧିକାରୀଙ୍କ ନୂଆ ଦାୟିତ୍ୱ ସମ୍ପର୍କିତ ବିବରଣୀ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ପ୍ରଶାସନିକ ଅଦଳବଦଳ ରାଜ୍ୟର ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ କାର୍ଯ୍ୟ ପରିଚାଳନାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି ।
