ଆଡ଼ପମଣ୍ଡପରେ ସଅଳ ନୀତି, ବଡ଼ଦାଣ୍ଡରେ ଭକ୍ତଙ୍କ ଅପେକ୍ଷା

ବାହୁଡ଼ିବେ ମହାବାହୁ

ଆଜି ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା। ରଥଯାତ୍ରାରେ ଜନ୍ମବେଦିକୁ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହିତ ରଥାରୁଢ଼ ହୋଇ ଯାଇଥିବା ଜଗତରନାଥ ଶ୍ରୀ ଜଗନ୍ନାଥ ଆଜି ନୀଳକନ୍ଦର ଅଭିମୁଖେ ଫେରିବେ। ଏହି ଫେରିବା ରାସ୍ତାରେ ଲକ୍ଷଲକ୍ଷ ଭକ୍ତମାନଙ୍କର ସହିତ ବଡ଼ଦାଣ୍ଡରେ ଭାବ ବିନିମୟ କରିବେ। ମଣିମାଙ୍କ ନିକଟରେ ଭକ୍ତମାନେ ଗୁହାରି କରିବେ। ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଲା ପାଇଁ ଆଡ଼ପମଣ୍ଡପରେ ନୀତିକାନ୍ତି ଭୋର ୪ଟାରୁ ଆରମ୍ଭ ହୋଇଯାଇଛି। ମଙ୍ଗଳ ଆଳତି ପରେ ମଇଲମ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ସେହିପରି ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ତଡ଼ପଲାଗି ଏବଂ ରୋଷହୋମ ଜାରି ରହିଛି।

ସକାଳ ୫ଟା ୦୦ରେ ଅବକାଶ, ୫ଟା ୧୪ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ବାରପାଳ ପୂଜା, ୫ଟା ୪୫ରୁ୬ଟା ୪୫ ଗୋପାଳବଲ୍ଲବ ଓ ସକାଳ ଧୂପ ୭ଟାରୁ ୧୧ଟା ୩୦ରେ ସେନାପଟା ଲାଗି ଏବଂ ୧୧ଟା ୪୫ରେ ମଙ୍ଗଳାର୍ପଣ ହେବ। ଏହା ପରେ ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦, ବେଶ ଶେଷ: ୧ଟାରୁ ୨ଟା ୩୦, ଶ୍ରୀଶ୍ରୀ ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା ୨ଟା ୩୦ରୁ ୩ଟା ୩୦, ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟାରେ ଶେଷ ହୋଇ ରଥଟଣା ଆରମ୍ଭ ଅପରାହ୍‌ଣ ୪ଟାରେ ହେବ।

Leave a Reply

Your email address will not be published. Required fields are marked *