ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ
ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ । ବ୍ରହ୍ମପୁରରେ ବିଜେପି ନେତା ତଥା ଆଇନଜୀବୀଙ୍କୁ ଗୁଳିମାରି ହତ୍ୟା ପ୍ରତିବାଦରେ ସାରା ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ। ଆଜି ସମ୍ପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ କରିବେ ଆଇନଜୀବୀ । ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛି ବାର୍ କାଉନସିଲ୍ । ତଦନ୍ତ ପାଇଁ SIT ଗଠନ କରିବାକୁ ଦାବି କରିଛି ।ନିରପେକ୍ଷ ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦ୍ବାରା ତଦନ୍ତ ହେବା ଉଚିତ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ତଦନ୍ତ ସମୟସୀମିତ ଭାବରେ ସମାପ୍ତ ହେଉ ଏବଂ ସମସ୍ତ ଅପରାଧୀ, ଷଢ଼ଯନ୍ତ୍ରକାରୀ ଓ ସହଯୋଗୀଙ୍କୁ ତତ୍କାଳ ଗିରଫ କରାଯାଉ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ୪୮ ଘଣ୍ଟା ମଧ୍ୟରେ ରାଜ୍ୟବ୍ୟାପୀ ସୁରକ୍ଷା ଏବଂ କୋର୍ଟ ପରିସରରେ CCTV କ୍ୟାମେରା ସ୍ଥାପନ ପାଇଁ ଦାବି ହୋଇଛି । ଯାହା ଆଇନଜୀବୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ। ପୀତବାସ ପଣ୍ଡାଙ୍କ ପରିବାରକୁ କୋଟିଏ ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ବାର କାଉନସିଲ ।
