ମାଡ଼ି ଆସୁଛି ଭୀଷଣ ବାତ୍ୟା ଅକୱାନ

ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍!

ମାଡି ଆସୁଛି ବାତ୍ୟା ଅକୱାନ। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି। ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏବେ ଗୋପାଳପୁର ଠାରୁ ୪୩୦ କିଲୋମିଟର, ପୁରୀ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା। ସମ୍ଭବତଃ ଚିଲିକା ନିକଟରେ ଲ୍ୟାଣ୍ଡଫଲ୍ କରିପାରେ । କଳିଙ୍ଗପାଟନମ ଠାରୁ ୩୫୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ରହିଥିବ ଭୀଷଣ ବାତ୍ୟା କ୍ରମଶଃ ଉତ୍ତର ଦିଗକୁ ଗତି କରୁଛି। ୨୦ ତାରିଖ ମଧ୍ୟାହ୍ଣରେ ନରସାପୁର ଓ ପୁରୀ ମଧ୍ୟରେ ଗୋପାଳପୁରର ପୂର୍ବରେ ଅତି ନିକଟରୁ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନ ବେଗ ୯୦-୧୦୦ କିଲୋମିଟର ରହିପାରେ ଏବଂ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।…

Leave a Reply

Your email address will not be published. Required fields are marked *