ଜୁନରେ ସରିବ Ekyc ପ୍ରକ୍ରିୟା

ଜୁନରେ ସରିବ Ekyc ପ୍ରକ୍ରିୟା, ବାଦ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ

ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ ଦେଇଛନ୍ତି ବଡ଼ ସୂଚନା । ଜୁନରେ ସରିବ Ekyc ପ୍ରକ୍ରିୟା। ବାଦ ପଡିପାରନ୍ତି 20 ଲକ୍ଷ ହିତାଧିକାରୀ। 95 ପ୍ରତିଶତ ହିତାଧିକାରୀ Ekyc କରିଛନ୍ତି। ଜୁନରେ Ekyc ପ୍ରକ୍ରିୟା ସରିଲେ ଯେଉଁମାନେ କରିନାହାନ୍ତି ସେମାନଙ୍କୁ ବାଦ ଦିଆଯିବ। ନୂଆ ସରକାର ଆସିଲା ପରେ 17 ଲକ୍ଷ ଆବେଦନ ଆସିଥିଲା । 6 ଲକ୍ଷ ରାସନ କାର୍ଡ ଏବେ ଦିଆ ଚାଲିଛି ଆଉ 15 ଲକ୍ଷ କାର୍ଡ ଆପ୍ରୁଭ ସରିଛି । କେବଳ ବ୍ଲକ ଅଫିସ ନୁହଁ ଜନ ସେବା କେନ୍ଦ୍ରରେ ଅନଲାଇନ ଆବେଦନ ହେଉଛି।