ଦଳାଚକଟା ଯୋଗୁ ୧୭ ଜଣଙ୍କ ମୃତ୍ୟୁ

କୋଲକାତା ଦୁର୍ଗାପୂଜାରେ ଅଘଟଣ

କୋଲକାତା ଦୁର୍ଗାପୂଜାରେ ଅଘଟଣ। ଦଳାଚକଟା ସ୍ଥିତି ଯୋଗୁ ୧୭ ଜଣଙ୍କ ମୃତ୍ୟୁ ସୂଚନା। ଚୋରାବାଗାନ୍ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ଓ ପେଣ୍ଡାଲ ଭୁଶୁଡ଼ି ଦଳାଚକଟା ସ୍ଥିତି ଉପୁଜିଛି । ମଣ୍ଡପ ବୁଲିବାକୁ ଆସିଥିବା ବହୁ ଶ୍ରଦ୍ଧାଳୁମାନେ ପେଣ୍ଡାଲ ଭୁଶୁଡ଼ିବାରୁ ଗୁରୁତର ହୋଇଛନ୍ତି।ଦଳାଚକଟା ଭଳି ପରିସ୍ଥିତି ଯୋଗୁ ୩୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଭିନ୍ନ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ୨ ଦିନ ମଧ୍ୟ ଚୋରବାଗାନ ସାର୍ବଜନୀନ ପୂଜାରେ ପ୍ରବଳ ଭିଡ଼ ହୋଇଥିବା କଥା ପ୍ରତ୍ୟେକ୍ଷଦର୍ଶୀ ଜଣାଇଛନ୍ତି।

ପ୍ରବଳ ଭିଡ଼ ଓ ଗୁଳୁଗୁଳି ଯୋଗୁ ଏକାଧିକ ଲୋକ ଅଣନିଶ୍ବାସୀ ହୋଇ ଯାଇଥିଲେ। ମଣ୍ଡପକୁ ପ୍ରବେଶ କରିବାର ରାସ୍ତା ଅଧିକ ସଂକୀର୍ଣ୍ଣ ଥିବାରୁ ଅଧିକ ଭିଡ଼ ଉପୁଜିଥିଲା। ଏଥିଯୋଗୁ ଦଳାଚକଟା ସ୍ଥିତି ଉପୁଜିଥିଲା।ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୁର୍ଗାପୂଜା ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ଏହି ସମୟରେ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହେବାରୁ ମଣ୍ଡପ ବାହାରେ ଅପେକ୍ଷା କରିଥିବା ଲୋକେ ଆଗକୁ ମାଡ଼ି ଆସିଥିଲେ। ଫଳରେ ଭିଡ଼ ମଧ୍ୟରେ କିଛି ଲୋକ ତଳେ ପଡ଼ିଯାଇଥିଲେ ଏବଂ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ପରେ ଆହତମାନଙ୍କୁ ତୁରନ୍ତ କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂଜା ମଣ୍ଡପରେ ସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ କରାଯାଇଛି। ଘଟଣାର ପ୍ରକୃତ କାରଣ ଓ ମୃତାହତଙ୍କ ଚୂଡ଼ାନ୍ତ ସଂଖ୍ୟା ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *