ସ୍ଵାଧୀନ ଭାବେ ନାମାଙ୍କନ ଭରିଲେ ଖାରବେଳ ସ୍ୱାଇଁ
ବାଲେଶ୍ୱର ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଖାରବେଳ ସ୍ୱାଇଁ । ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ଦାବି କରିଛନ୍ତି ଯେ ୪ ହଜାର ଭୋଟରେ ସେ ବିଜୟୀ ହେବେ । ଖାରବେଳ ସ୍ୱାଇଁ ବିଜେପିରୁ ଟିକେଟ୍ ପାଇଁ ଦାବି କରୁଥିଲେ । ହେଲେ ଦଳ ଏବେର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ଏହାପରେ ଦଳର ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଆଜି ଖାରବେଳ ସ୍ୱାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଲେଶ୍ୱରରୁ ପୂର୍ବରୁ ଖାରବେଳ ସ୍ୱାଇଁ ସାଂସଦ ଥିଲେ । ତେଣୁ ସେ ଦଳୀୟ ଟିକେଟ୍ ମାଗୁଥିଲେ । ଗତଥର ଖାରବେଳ କନ୍ଧମାଳ ଲୋକସଭାରୁ ପ୍ରାର୍ଥୀ ହୋଇ ବିଜେଡିର ଅଚ୍ୟୁତ ସାମନ୍ତଙ୍କଠୁ ପରାଜିତ ହୋଇଥିଲେ ।