ସାରା ରାଜ୍ୟରେ କାଳବୈଶାଖୀର ତାଣ୍ଡବ

ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ

ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ। ଉଡେଇଲା, ବୁଡ଼େଇଲା, ଭାଙ୍ଗିଲା । ବିଭିନ୍ନ ସ୍ଥାନରେ ଉଡ଼ିଲା ଘରର ଛପର । ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ । କଟକ ସତରୀଚଉରା ଛକରେ କାଳବୈଶାଖୀ ପ୍ରଭାବରେ ୩୦ ଫୁଟର ହୋର୍ଡିଂ ଭୁଶୁଡ଼ି ପଡ଼ିଛି । ବାଙ୍କୀ ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ଓ ବର୍ଷା । ପ୍ରଭାବରେ ଭାଙ୍ଗିଲା ବଡ଼ ବଡ଼ ଗଛ । ରାସ୍ତାରେ ଉପରେ ଗଛ ପଡ଼ି ଯାତାୟାତ ଠପ୍ ହୋଇଯାଇଛି । ରାମଚନ୍ଦ୍ରପୁର କଳାପଥର ରାସ୍ତାର ଦୁଇ ପଟରେ ଗାଡ଼ିଗୁଡ଼ିକ ଅଟକି ରହିଛି । ବାଙ୍କୀ ଅଗ୍ନିଶମ ବିଭାଗ ଗଛ କାଟି ରାସ୍ତା ସଫେଇ କରୁଛନ୍ତି। ସେହିପରି ଅନୁଗୁଳରେ କାଳବୈଶାଖୀ ତାଣ୍ଡବ ରଚିଛି । ବର୍ଷା ଓ ଝଡ଼ରେ ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ି ରାସ୍ତା ବ୍ଲକ ହୋଇଛି । ୫୫ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍ । ସ୍ଥାନୀୟ ଲୋକମାନେ ଓ ଯାତ୍ରୀଙ୍କ ସହଯୋଗରେ ଗଛ କାଟି ରାସ୍ତା ସଫେଇ କରିଛନ୍ତି ।

Leave a Reply

Your email address will not be published. Required fields are marked *