ମନମୋହନଙ୍କୁ ନଡ୍ଡାଙ୍କ ଅଭିନନ୍ଦନ
ମନମୋହନଙ୍କୁ ନଡ୍ଡାଙ୍କ ଅଭିନନ୍ଦନ । ନୂଆପଡ଼ା ଉପନିର୍ବାଚନରେ ବିଜୟ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅଭିନନ୍ଦନ ଜଣାଇଲେ ଜେପି ନଡ୍ଡା । ନୂଆଦିଲ୍ଲୀରେ ବିଜେପି ଜାତୀୟ ସଭାପତିଙ୍କୁ ସାକ୍ଷାତ କରିଥିଲେ ମନମୋହନ ସାମଲ । ସାକ୍ଷାତ କାଳରେ ବିହାର ନିର୍ବାଚନରେ ବିଜୟ ନେଇ ଜେପି ନଡ୍ଡାଙ୍କୁ ଶୁଭେଚ୍ଛା ଜଣାଇଥିଲେ ମନମୋହନ ସାମଲ ।ଆଉ ନୂଆପଡ଼ା ଉପନିର୍ବାଚନ ପାଇଁ ବି ଅଭିନନ୍ଦନ ଜଣାଇଥିଲେ ନଡ୍ଡା । ନୂଆପଡ଼ା ଉପନିର୍ବାଚନରେ ୮୩ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ବିଜେପିର ଜୟ ଢୋଲକିଆ। ମନମୋହନଙ୍କ ନେତୃତ୍ବରେ ନିର୍ବାଚନ ଲଢି ବିଜେପି ବିଜୟ ଲାଭ କରିଛି। ପୂର୍ବରୁ ୨୦୨୨ରେ ଧାମନଗର ଉପନିର୍ବାଚନ ଫଳାଫଳ ପରେ ରାଜ୍ୟ ସଭାପତି ଦାୟିତ୍ବ ନେଇଥିଲେ ମନମୋହନ ସାମଲ।ଏବେ ନୂଆପଡ଼ା ଫଳାଫଳ ପରେ ମନମୋହନ ସାମଲଙ୍କ ପତିଆରା ଓ କେନ୍ଦ୍ରୀୟ ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇଥିବା ଦର୍ଶାଉଛି। ତିନିଦିନ ତଳେ ନଡ୍ଡାଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଲୋଚନା କାଳରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ନିଯୁକ୍ତି ଉପରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି।
