ଆଜି ଆସିବେ ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ

ଆଜି ଓଡ଼ିଶା ଆସିବେ ନଡ୍ଡା-ଯୋଗୀ

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କରଞ୍ଚିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ପ୍ରଚାର କରିବେ ନଡ୍ଡା। ସେହିପରି ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବିଜେପି ଫୋକସରେ ଏବେ ଓଡ଼ିଶା ରହିଛି। କେନ୍ଦ୍ରୀୟ ବିଜେପିର ତୁଙ୍ଗ ନେତା ଘନ ଘନ ଓଡ଼ିଶା ଗସ୍ତ କରିଛନ୍ତି। ନିର୍ବାଚନୀ ସଭା କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି।