ଆଉ ନିର୍ବାଚନ ଲଢିବେନି ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବେନି ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବେ ନାହିଁ ଜୁଏଲ ଓରାମ । ସମ୍ବଲପୁର ରୋଜଗାର ମେଳାରେ ଏନେଇ ସୂଚନା ଦେଇଛନ୍ତି ନିଜେ ଜୁଏଲ ଓରାମ । ଜୁଏଲ୍‌ ଓରାମ କହିଛନ୍ତି ଆଉ ନିର୍ବାଚନ ଲଢିବିନି । ଯୁବପିଢିଙ୍କ ପାଇଁ ବାଟ ଛାଡିଦେବି ।  ଦଳୀୟ  ସଂଗଠନ ପାଇଁ ଆଗକୁ କାମ କରିବି ବୋଲି କହିଛନ୍ତି ଜୁଏଲ । ଜୁଏଲ ଓରାମ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ରହିଛନ୍ତି । ୨୦୧୪, ୨୦୧୯ ଓ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ପୂର୍ବରୁ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଜୁଲଏ ଓରାମ  ।  ସୂଚନା ଅନୁସାରେ ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି । ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନ ପ୍ରଚାର ସମୟରେ ଜୁଏଲ ଓରାମ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ । ସେହିପରି ରାହୁଲ ଗାନ୍ଧିଙ୍କ ବକ୍ତବ୍ୟଙ୍କୁ କଡା ନିନ୍ଦା କରିଛନ୍ତି ଜୁଏଲ ।