ଆଜି ଜମ୍ମୁ-କାଶ୍ମୀର ନିର୍ବାଚନ
ଆଜି ଜମ୍ମୁ-କାଶ୍ମୀର ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟିଂ ହେବ ଯେଉଁଥି ପାଇଁ ପ୍ରଚାର ଶେଷ ହୋଇଛି । ଏଥର ବିଜେପି, କଂଗ୍ରେସ ଏବଂ ଏନସି ମଧ୍ୟରେ ହେବ କଡ଼ା ଟକ୍କର । ଜମ୍ମୁ କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବା ପାଇଁ ଯାଉଛି । ସୂଚନାଅନୁସାରେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଘାଟିରେ ୨୧୯ ପ୍ରାର୍ଥୀ, ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମାରେ ୪୫, ଡୋଡାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨, ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି । ନିର୍ବାଚନ ପାଇଁ ଜମ୍ମୁ କାଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି କଶ୍ମୀରରେ ପ୍ରାୟ ୩୦୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଜମ୍ମୁ କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବା ପାଇଁ ଯାଉଛି ।