ଉପକୃତ ହେବେ ୨୫୦୦ କର୍ମଚାରୀ ଓ ଅଧିକାରୀ

ଜେଲ୍ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି

ରାଜ୍ୟ ସରକାର ଜେଲ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ବାର୍ଷିକ ୟୁନିଫର୍ମ ଭତ୍ତା ଦୁଇ ଗୁଣ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ, ଜେଲ ଡିଆଇଜିଙ୍କଠାରୁ ଆସିଷ୍ଟାଣ୍ଟ ମାଟ୍ରନ ପର୍ଯ୍ୟନ୍ତ ୩୭୮ ଜଣ ଅଧିକାରୀଙ୍କ ପାଇଁ ବାର୍ଷିକ ପୋଷାକ ଭତ୍ତା ୩,୦୦୦ ଟଙ୍କାରୁ ୬,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୨,୧୨୨ ଜଣ ମୁଖ୍ୟ ୱାର୍ଡର,ୱାର୍ଡର ଏବଂ ମହିଳା ୱାର୍ଡରଙ୍କ ପାଇଁ ୟୁନିଫର୍ମ ଭତ୍ତା ୪,୦୦୦ ଟଙ୍କାରୁ ୮,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସଂଶୋଧିତ ଭତ୍ତାରୁ ମୋଟ ୨୫୦୦ ଜେଲ ଅଧିକାରୀ ଏବଂ କର୍ମଚାରୀ ଉପକୃତ ହେବେ । ଅଧିକାରୀମାନେ କହିଛନ୍ତି ଯେ ନୂତନ ୟୁନିଫର୍ମ ଭତ୍ତା ଚଳିତ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ । ପ୍ରତିବର୍ଷ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ । ଫଳରେ ଚଳିତ ବର୍ଷ ଠାରୁ ଯୋଗ୍ୟ ଜେଲ୍ କର୍ମଚାରୀ ଓ ଅଧିକାରୀମାନେ ବର୍ଦ୍ଧିତ ପୋଷାକ ଭତ୍ତା ପାଇପାରିବେ ।

Leave a Reply

Your email address will not be published. Required fields are marked *