ଆଇଆରଏସ୍ ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
ଆଇଆରଏସ୍ ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ଘଟିଛି ଛାତି ଥରାଇ ଦେଲା ଭଳି ଘଟଣା । IRS କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡଂ କରିଛନ୍ତି ଜଣେ ଆଇଆରଏଏସ ଅଫିସର। ଏନେଇ ଥାନାରେ ଅଭିଯୋଗ ପରେ ରାଜଧାନୀରେ ଚହଳ ପଡିଛି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି। ଆଇଆରଏସଙ୍କ ବିରୋଧରେ ଦୁଷ୍କର୍ମ ଦଫା ଲଗାଇ ଛାନଭିନ୍ ଆରମ୍ଭ କରିଛି ପୁଲିସ ।
