ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଇରାନୀ ନୌସେନାର ଗୁଳିମାଡ଼

ହର୍ମୁଜ ପ୍ରଣାଳୀରେ ଫସିଥିବା ଭାରତୀୟ ଟ୍ୟାଙ୍କରରୁ ଆସିଲା ଅଡିଓ

ହର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଇରାନୀ ନୌସେନାରେ ଗୁଳିମାଡ଼କୁ ନେଇ ଏକ ନୂଆ ଏବଂ ବିବାଦୀୟ ମୋଡ଼ ନେଇଛି । ଆକ୍ରମଣ ହୋଇଥିବା ଟ୍ୟାଙ୍କର ସାମମାର ହେରାଲ୍ଡରୁ ଏକ ଅଡ଼ିଓ ରେକର୍ଡିଂ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଅଧିକାରୀ ଇରାନୀ ନୌସେନାର ପ୍ରତିଶ୍ରୁତି ଉଲ୍ଲଂଘନ ଉପରେ ପ୍ରଶ୍ନ ଉଠାଇଥିବା ଶୁଣିବାକୁ ମିଳିଛି ।ଫାୟାରିଂ ସମୟରେ ଘଟିଥିବା ବିଶୃଙ୍ଖଳାକୁ କଏଦ କରି ଗୋଟିଏ ଟ୍ୟାଙ୍କର୍ରୁ ଏକ ବାର୍ତ୍ତା ଆସିଛି । ଅଶୋଧିତ ତୈଳ ଟ୍ୟାଙ୍କର୍ “ସରମାର ହେରାଲ୍ଡ”ରେ ଥିବା ଜଣେ କ୍ରୁ ସଦସ୍ୟ ଇରାନୀ ନୌସେନା ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାର ଶୁଣିବାକୁ ମିଳୁଛି । ପ୍ରାୟ ୩୦ ସେକେଣ୍ଡର ଏହି ଅଡିଓକୁ ଜାହାଜ ଗତିବିଧି ଉପରେ ନଜର ରଖୁଥିବା ଏକ ସାମୁଦ୍ରିକ ଗୁପ୍ତଚର ସଂସ୍ଥା ଟ୍ୟାଙ୍କର୍ ଟ୍ରାକର୍ ଦ୍ୱାରା ସେୟାର କରାଯାଇଛି ।ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଥିବା ବେଳେ ଭାରତର ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଶନିବାର ଆକ୍ରମଣ ହୋଇଥିଲା । ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି) ଦୁଇଟି ଗନବୋଟ ଯୋଗେ ଭାରତୀୟ ଟ୍ୟାଙ୍କର ନିକଟକୁ ଆସି ଗୁଳିମାଡ଼ କରିଛି । ଏହାପରେ ଟ୍ୟାଙ୍କର ଦ୍ୱୟ ହର୍ମୁଜ ଅତିକ୍ରମ କରି ନ ପାରି ପୁଣି ଫେରିଯାଇଛି । ଏହି ଘଟଣାରେ କୌଣସି ଭାରତୀୟ କ୍ରୁ ସଦସ୍ୟ ଆହତ ହୋଇଥିବାର ସୂଚନା ନାହିଁ।ଘଟଣାରେ ଭାରତ ପକ୍ଷରୁ ଇରାନକୁ ସମନ ଜାରି କରାଯାଇଛି । ଭାରତୀୟ ନୌସେନା ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ସଂଗ୍ରହ କରୁଛି । ହର୍ମୁଜ ପ୍ରଣାଳୀରେ ଭାରତର କୌଣସି ଯୁଦ୍ଧପୋତ ନାହିଁ । କିନ୍ତୁ ଓମାନ ଉପସାଗରରେ ଭାରତୀୟ ଯୁଦ୍ଧପୋତ ମୁତୟନ ହୋଇ ରହିଛି । ଗୋଟିଏ ସପ୍ତାହ ପୂର୍ବରୁ, ଭାରତରେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଏକ ସାକ୍ଷାତକାରରେ କହିଥିଲେ ଯେ, ଭାରତୀୟ ଜାହାଜ ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲା ରହିବ । ଇରାନ ସରକାର ଏବଂ ଭାରତ ଏହି କ୍ଷେତ୍ରରେ ଭଲ ସମ୍ପର୍କ ବଜାୟ ରଖିଛନ୍ତି । ତଥାପି, ଇରାନ ଏବେ ଏକ ଭାରତୀୟ ପତାକା ଜାହାଜ ଉପରେ ଗୁଳି ଚଳାଇଛି ।

Leave a Reply

Your email address will not be published. Required fields are marked *