ଅକ୍ଟୋବର ୨୫ରୁ ଭୁବନେଶ୍ୱର-ପୁଣେ ଉଡିବ ବିମାନ

ଅକ୍ଟୋବର ୨୫ରୁ ଭୁବନେଶ୍ୱର-ପୁଣେ ମଧ୍ୟରେ ଉଡ଼ିବ ଇଣ୍ଡିଗୋର ଦୈନିକ ବିମାନ

ଓଡ଼ିଶାବାସୀଙ୍କ ପାଇଁ ବଡ଼ ଖବର। ଭୁବନେଶ୍ୱରରୁ ପୁଣେକୁ ଆରମ୍ଭ ହେବ ନୂଆ ବିମାନ ସେବା। ଆସନ୍ତା ୨୫ ତାରିଖରୁ ଇଣ୍ଡିଗୋ ଏହି ରୁଟ୍‌ରେ ଦୈନିକ ବିମାନ ଚଳାଚଳ କରିବ।ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର-ପୁଣେ ରୁଟ୍‌ରେ ଇଣ୍ଡିଗୋର ବିମାନ ସପ୍ତାହର ସମସ୍ତ ଦିନ ଚଳାଚଳ କରିବ।ଏହି ନୂଆ ସେବା ଦ୍ୱାରା ଭୁବନେଶ୍ୱରରୁ ପୁଣେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଆହୁରି ଏକ ବିକଳ୍ପ ମିଳିବ। ବିଶେଷକରି ଚାକିରି, ବ୍ୟବସାୟ, ଶିକ୍ଷା ଓ ଅନ୍ୟାନ୍ୟ କାମରେ ପୁଣେ ଯାଉଥିବା ଯାତ୍ରୀ ଏଥିରୁ ଉପକୃତ ହେବେ।

Leave a Reply

Your email address will not be published. Required fields are marked *