ଭାରତୀୟ ସ୍ଥଳ ସେନାରେ ସାମିଲ ହେବ T-72 ଟ୍ୟାଙ୍କ
ଶକ୍ତିଶାଳୀ ହେବ ଭାରତ । T-72 ଟ୍ୟାଙ୍କ ଭାରତୀୟ ସେନାକୁ ଦେବ ବଳ । ସେନାର T-72 ଟ୍ୟାଙ୍କ ଇଞ୍ଜିନ ଚୁକ୍ତି ଭାରତ-ଋଷ ମଧ୍ୟରେ ହୋଇଛି । ଋଷର ରୋସବୋରନଏକ୍ସପର୍ଟ ସଂସ୍ଥା ସହ ୨୪୮ ମିଲିୟନ ଡଲାରରେ T-72 ଟ୍ୟାଙ୍କ ଇଞ୍ଜିନ ଚୁକ୍ତି ସ୍ବାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ସେନାର T-72 ଟ୍ୟାଙ୍କ ପାଇଁ ଋଷଠୁ ଇଞ୍ଜିନ କିଣିବ ଭାରତ । T-72 ଭାରତୀୟ ସେନାର ଏକ ପ୍ରମୁଖ ଟ୍ୟାଙ୍କ । ବର୍ତ୍ତମାନ ଏହା ୭୮୦ ହର୍ଷପାୱାର କ୍ଷମତା ବିଶିଷ୍ଟ ଅଟେ । ୧୦୦୦ ହର୍ଷପାୱାର କ୍ଷମତା ବିଶିଷ୍ଟ ଇଞ୍ଜିନ ଲଗାଯିବାକୁ ଚୁକ୍ତି କରାଯାଇଛି । ଏହା ଦ୍ବାରା ଭାରତୀୟ ସେନାର ଆତ୍ମରକ୍ଷାତ୍ମକ କ୍ଷମତାର ବୃଦ୍ଧି ହେବ । ସେନାର ଟି-୭୨ ଟ୍ୟାଙ୍କ ପାଇଁ ଋଷ ଠାରୁ ଇଞ୍ଜିନ କିଣିବ ଭାରତ ।ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୦୦ ଏଚପି ଇଞ୍ଜିନ କିଣିବାକୁ ଋଷର ରୋସବୋରନଏକ୍ସପର୍ଟ ସଂସ୍ଥା ସହ ୨୪୮ ମିଲିୟନ ଆମେରିକୀୟ ଡଲାରରେ (ପାଖାପାଖି ୨,୧୫୬ କୋଟି ଟଙ୍କା) ଚୁକ୍ତି ସ୍ବାକ୍ଷରିତ କରିଛି । ଚୁକ୍ତି ଅନୁସାରେ ଭାରତ ଋଷଠୁ T-72 ଟ୍ୟାଙ୍କ ୧୦୦୦ ହର୍ଷପାୱାର ଇଞ୍ଜିନ କିଣିବ । ଏହି ଇଞ୍ଜିନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଅର୍ଦ୍ଧପ୍ରସ୍ତୁତ ଅବସ୍ଥାରେ କିଣାଯିବ । ଇଞ୍ଜିନର ସଂଯୋଗ, ପରିବହନ ଏବଂ ଭାରତରେ ଲାଇସେନ୍ସ ପ୍ରାପ୍ତ ଇଞ୍ଜିନ ଉତ୍ପାଦନ ସହିତ ଟେକ୍ନୋଲୋଜି ପ୍ରଦାନ କରିବ ଋଷ ସଂସ୍ଥା । ଚେନ୍ନାଇ ଅଭାଡି ସ୍ଥିତ ହେଭି ଭେୟିକିଲ୍ ଫ୍ୟାକ୍ଟ୍ରିକୁ ପ୍ରଦାନ କରାଯିବ ।
