QDENGA ଟିକାକୁ ମିଳିଲା ମଞ୍ଜୁରୀ

ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା

ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ ସଙ୍କେତ । ୪ରୁ ୬୦ ବର୍ଷ ବୟସର ବ୍ୟକ୍ତି ନେଇପାରିବେ ଟିକା ।୨୦୨୨ରେ ବିଶ୍ୱ ବଜାରରେ ଆସିବା ପରଠାରୁ କ୍ୟୁଡେଙ୍ଗାକୁ ୪୩ଟି ଦେଶ ଅନୁମୋଦନ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ୩.୨ କୋଟିରୁ ଅଧିକ ଡୋଜ୍ ବଣ୍ଟନ କରାଯାଇଛି । ଏହି ଟିକା ଡେଙ୍ଗୁ ସଂକ୍ରମଣ ରୋକିବାରେ ସହାୟକ ହେବ । ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏହି ଟିକାର ବଜାର ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି । ଏହାର ଦୁଇଟି ୦.୫ ମିଲିଲିଟର ଡୋଜ୍ ୩ ମାସ ବ୍ୟବଧାନରେ ଦିଆଯିବ ।ପୂର୍ବରୁ ଡେଙ୍ଗୁ ଜ୍ୱର ହୋଇଥାଉ ବା ନଥାଉ, ଏହି ଟିକା ନିଆଯାଇପାରିବ । ଟିକା ନେବା ପୂର୍ବରୁ କୌଣସି ପ୍ରକାରର ସ୍କ୍ରିନିଂ କିମ୍ବା ଡେଙ୍ଗୁ ପରୀକ୍ଷାର ଆବଶ୍ୟକତା ନାହିଁ । ଏହା ଏକ ‘ଟେଟ୍ରାଭାଲେଣ୍ଟ୍’ ଟିକା, ଯାହା ଡେଙ୍ଗୁ ଭାଇରସର ଚାରୋଟିଯାକ ଷ୍ଟ୍ରେନ୍ ବା ସେରୋଟାଇପ୍ ବିରୋଧରେ ସୁରକ୍ଷା ପ୍ରଦାନ କରିଥାଏ ।

Leave a Reply

Your email address will not be published. Required fields are marked *