ଆସନ୍ତା ବର୍ଷ ଭୁବନେଶ୍ବରରେ ହେବ ଇଣ୍ଡିଆ କେମ୍-୨୦୨୭
ଆସନ୍ତା ବର୍ଷ ଭୁବନେଶ୍ବରରେ ହେବ ଇଣ୍ଡିଆ କେମ୍-୨୦୨୭ । ଭୁବନେଶ୍ବରରେ ଇଣ୍ଡିଆ କେମ୍ କରିବାକୁ କେନ୍ଦ୍ର ପକ୍ଷରୁ ସବୁଜ ସଂକେତ ମିଳିଛି । ମୁମ୍ବାଇରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇରେ ଅନୁଷ୍ଠିତ India Chem 2026 ରେ ୯ଟି MoU ସହିତ ୪ଟି ଇନ୍ ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଓଡ଼ିଶାକୁ ସମୁଦାୟ ୫୩,୮୯୩.୫୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି, ଯାହା ଦ୍ୱାରା ୨୦,୨୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ଆସନ୍ତା ବର୍ଷ ଏହି ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରିବା ପାଇଁ ସେ କେନ୍ଦ୍ର ସରକାର ଓ FICCI ସହିତ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଉଭୟେ ଗ୍ରୀନ ସିଗ୍ ନାଲ୍ ଦେଇଛନ୍ତି । ୨୦୨୭ ଅକ୍ଟୋବର ମାସରେ ଓଡ଼ିଶା କେମ- ୨୦୨୭ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଏ ଅବସରରେ ବିଭିନ୍ନ ବିଜନେସ୍ ଲିଡର ମାନଙ୍କ ସହିତ ୨୫ଟି ୱାନ ଟୁ ୱାନ ବୈଠକ ଅନୁଷ୍ଠିତ ହୋଇଛି ।ପସ୍କୋ ଇଣ୍ଡିଆ, ଜେ.ଏସ୍.ଡବ୍ଲ୍ୟୁ, ଏଲ୍ ଆଣ୍ଡ୍ ଟି ଆଦି କମ୍ପାନୀ ମାନଙ୍କ ସହିତ ଆମେରିକା ଓ ୟୁରୋପିଆନ୍ ୟୁନିଅନ୍ ର ବିଭିନ୍ନ ଦେଶର କମ୍ପାନୀମାନଙ୍କ ପ୍ରତିନିଧିମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ମେଟାଲଭିତ୍ତିକ ଅର୍ଥନୀତିରୁ କେମିକାଲଭିତ୍ତିକ ଅର୍ଥନୀତିକୁ ଡାଇଭର୍ସିଫାଇ କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ରହିଛି, ତାକୁ ସାକାର କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହୋଇଛି ।ଓଡ଼ିଶାରେ ମେଟାଲ, ମେଟାଲ ଡାଉନଷ୍ଟ୍ରିମ୍, କେମିକାଲ, ପେଟ୍ରୋ କେମିକାଲ ଏବଂ ପ୍ଲାଷ୍ଟିକ୍ ଆଦି ସମସ୍ତ ପ୍ରକାର ପରସ୍ପର ନିର୍ଭରଶୀଳ ଶିଳ୍ପ ସ୍ଥାପନ କରି ଓଡ଼ିଶାରେ ଏକ କମ୍ପ୍ଲିଟ୍ ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ୍ ଗଠନ କରାଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି । ଏହାଦ୍ୱାରା ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ପୂରଣରେ ଓଡ଼ିଶା ଏକ ମଜବୁତ୍ ସ୍ତମ୍ଭ ହୋଇପାରିବ ବୋଲି ସେ କହିଛନ୍ତି ।
