ସୋମବାର ନୂଆ ରୂପରେ ଆଗତ ହେବ ଆୟକର ବିଲ୍

ଆୟକର ବିଲ୍‌ ପ୍ରତ୍ୟାହୃତ

ଆୟକର ବିଲ୍-୨୦୨୫ ପ୍ରତ୍ୟାହୃତ। ଆୟକର ବିଲ୍-୨୦୨୫କୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ପ୍ରତ୍ୟାହୃତ ହୋଇଛି। ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ ପଠାଯାଇଥିଲା ବିଲ୍। ସିଲେକ୍ଟ କମିଟିର ସୁପାରିସ୍ ଆଧାରରେ କେନ୍ଦ୍ର ସରକାର ଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ବିଲ୍‌କୁ ନୂଆ ରୂପରେ ଚଳିତ ମାସ ୧୧ ତାରିଖରେ ପୁନର୍ବାର ଆଗତ କରାଯିବ। ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି କରିଥିବା ଅଧିକାଂଶ ସୁପାରିସକୁ ନୂଆ ବିଲ୍‌ରେ ସାମିଲ କରାଯିବ। ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ଆଗତ କରିବା ପରେ ଏହା ଗୃହୀତ ହୋଇଛି।

ଗତ ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ଦିନ ହିଁ ନୂଆ ଆୟକର ବିଲ୍‌-୨୦୨୫ ରିପୋର୍ଟ ଦାଖଲ କରିଥିଲା ସିଲେକ୍ଟ କମିଟି।  ୪୫୦୦ରୁ ଅଧିକ ପୃଷ୍ଠା ବିଶିଷ୍ଟ ଏହି ସୁପାରିସରେ ୨୮୫ଟି ପରାମର୍ଶ ଦିଆଯାଇଛି। ଆୟକର ବିଲ୍‌-୨୦୨୫ରେ ଉନ୍ନତି ଆଣିବା ଲାଗି ଏସବୁ ସୁପାରିସ କରାଯାଇଛି।