ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର.ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ମହାନଦୀ ଜଳବଣ୍ଟନ ଓ ପରିଚାଳନା ନେଇ ବୈଠକରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆମର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ମାଧ୍ୟମରେ ମହାନଦୀ ଜଳ ସମସ୍ୟାର ଏକ ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାରିବ ବୋଲି ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ସାମିଲ ହୋଇଥିଲେ। ତେବେ ଆସନ୍ତା ୩ ମାସ ଭିତରେ ଦୁଇ ରାଜ୍ୟ ମଧ୍ୟ ମହାନଦୀ ଜଳ ବଣ୍ଟନ, ପରିଚାଳନା ଓ ସୁରକ୍ଷାର ସମାଧାନ ବାହାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୀପାବଳି ସୁଦ୍ଧା ସମାଧାନ ନେଇ ଉଭୟ ରାଜ୍ୟ ଆଶାବାଦୀ ଥିବା ବୈଠକ ପରେ ସ୍ପଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *