ସରଣ୍ଡାରେ IED ବିସ୍ଫୋରଣ, ୨ ଯବାନ ଆହତ
ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ମାଓ ବିରୋଧୀ ଅଭିଯାନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସରଣ୍ଡାର ଘନ ଜଙ୍ଗଲରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା IED ବିସ୍ଫୋରଣ ହେବାରୁ ସିଆରପିଏଫର ୨୦୯ତମ କୋବ୍ରା ବାଟାଲିୟନର ୨ ଜଣ ସୈନିକ ଆହତ ହୋଇଛନ୍ତି । ଆହତ ସୈନିକଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
