ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଭାବରେ ଆଇଏଏସ୍ ଶାଲିନୀ ପଣ୍ଡିତଙ୍କୁ ନୂଆଦିଲ୍ଲୀ ବଦଳି
କ୍ୟାବିନେଟ ନିଯୁକ୍ତି କମିଟି ଦେଶର 35 ଜଣ ଆଇଏଏସ୍ ଅଧିକାରୀଙ୍କ ନାମକୁ ଯୁଗ୍ମ ସଚିବ/ଯୁଗ୍ମ ସଚିବ ସମକକ୍ଷ ସ୍ତରରେ ନିଯୁକ୍ତି ପାଇଁ ଅନୁମୋଦନ କରିଛି ଯାହାର ପେ ମାଟ୍ରିକ୍ସର ସ୍ତର 14 ଅଟେ।ତଦନୁସାରେ, 2001 ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ତାଙ୍କର ନିଯୁକ୍ତି ପଦ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପାଞ୍ଚ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ସମୀର ଶୁକ୍ଳା, ଆଇଏଏସ୍ (କେଏନ:2005) ଙ୍କ ସ୍ଥାନରେ ରହିବେ ।ଶନିବାର ଭାରତ ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟର କାର୍ମିକ ଏବଂ ତାଲିମ ବିଭାଗ, ନିଯୁକ୍ତି କମିଟିର ସଚିବାଳୟ ଦ୍ୱାରା ଜାରି ଏକ ପତ୍ରରେ ଏହା ଉଲ୍ଲେଖ କରାଯାଇଛି । ପଣ୍ଡିତ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର କମିଶନର-କମ-ସଚିବ ଭାବରେ କାର୍ଯ୍ୟ କରୁଛନ୍ତି।
