ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି : ଦେବାଶିଷ ସାମନ୍ତରାୟ
ଇସ୍ତଫା ଦେବା ପରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା । ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି କହି ରୋଷ ଝାଡ଼ିଲେ ଦେବାଶିଷ । ସେ କହିଛନ୍ତି , ବର୍ଷେ ହେଲାଣି ନବୀନ ବାବୁଙ୍କୁ ମୋତେ ଦେଖା କରାଇ ଦେଉ ନଥିଲେ । ସେ ଭଲ ଭାବେ ଜାଣିଥିଲେ ନବୀନ ବାବୁଙ୍କ ସହ ମୋର ସଂପର୍କ କଣ । ବିଜେଡିକୁ ସଂଗଠିତ କରିବାକୁ ନୁହେଁ, କିପରି ଅଧିକରୁ ଅଧିକ ସସ୍ପେଣ୍ଡ କାର୍ଯ୍ୟ ହେବ ସେ ନେଇ କାର୍ଯ୍ୟ ହେଉଛି । ନବୀନ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି । ମାତ୍ର ଟ୍ରଷ୍ଟ ନାଁରେ ବାପା ବିଜୁ ବାବୁ କରିଥିବା ଘର ତାଙ୍କୁ ଦେଇଦେଲେ । ଏହା ବିଜୁ ବାବୁଙ୍କ ଲିଗାସି ପ୍ରତି ଘୋର ଅପମାନ ଥିଲା ବୋଲି ସେ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି , ବିଜୁ ବାବୁଙ୍କ ସଂପତ୍ତି ତାମିଲ୍ ଲୋକଙ୍କୁ ଯିବ ମୁଁ ଏହାକୁ ଗ୍ରହଣ କରିପାରୁନି । ବିଜେଡି ନେତା ଯେଉଁ ସ୍ୱାର୍ଥ କଥା କହୁଛନ୍ତି ମୁଁ ଏହାକୁ ଜଳାଞ୍ଜଳି ଦେଇଦେଲି । ମୋର ପଦ ମୁଁ ଛାଡ଼ି ଦେଇଛି । ମୋତେ ଅନେକ ନେତା ଫଲୋ କରିବେ କିନ୍ତୁ ମୁଁ କାହାକୁ ଅନୁକରଣ କରିନାହିଁ । ମୁଁ ଯେଉଁ ଦଳ କୁ ଯିବି ମୋତେ ଅନୁକରଣ କରି ଅନେକ ଲୋକ ସେହି ଦଳକୁ ଯିବେ ।
