୨୦୨୪ରେ ଓଡ଼ିଶାରେ ସରକାର ଗଠନ କରିବ ବିଜେପି

୨୦୨୪ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି

୨୦୨୪ରେ ଓଡ଼ିଶାରେ ସରକାର ଗଠନ କରିବ ବିଜେପି । ଏଭଳି କହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଓଡ଼ିଶାରେ ବିଜେପି ସରକାର ଗଠନ କରିବ ଏବଂ ସେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଛନ୍ତି । ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୩୮ପ୍ରତିଶତ ଭୋଟ ପାଇଥିଲା । ମାତ୍ର ୪ପ୍ରତିଶତ ଭୋଟ ବ୍ୟବଧାନ ଥିଲା । ମୋଦୀ ସରକାର ଗତ ୫ବର୍ଷ ଭିତରେ ଯାହା କାମ କରି ଆସୁଛନ୍ତି, ତାହା ଫଳରେ ୪ ପ୍ରତିଶତ ଭୋଟ ଆପେ ଆପେ ଆସିଗଲାଣି । ବିଜେପି ଓଡ଼ିଶାରେ ସରକାର କରିବ ଏବଂ ଶପଥ ଗ୍ରହଣ ସମାରୋହକୁ ତାଙ୍କୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା ।