ଆଜି ଓଡ଼ିଶାରେ ସର୍ବାଧିକ ବର୍ଷା: IMD ଡିଜି
ଲ୍ୟାଣ୍ଡଫଲ ପରେ ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା ଅର୍ଣ୍ଣବ। ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ଆକଳନ କରାଯାଉଛି। ଦକ୍ଷିଣ ଓଡ଼ିଶାରେ ୮୦ରୁ ୯୦ କିମି ପର୍ଯ୍ୟନ୍ତ ପବନ ବହିବ। ଛତିଶଗଡ଼କୁ ଲାଗିଥିବା ଜିଲ୍ଲାମାନଙ୍କରେ ୪୫ରୁ ୫୫ କିମି ପବନ ବହିବ। ନଦୀରେ ଜଳସ୍ତର ବଢ଼ିବ, ସହର ମଧ୍ୟ ଜଳାର୍ଣ୍ଣବ ହୋଇପାରେ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ବାତ୍ୟା ଉପକୂଳ ଅତିକ୍ରମ କରିଥିଲେ ବି ବେଶୀ ଦୂରକୁ ଯାଇନି। ଲ୍ୟାଣ୍ଡଫଲ୍ ବେଳେ ଦିଗ ପରିବର୍ତ୍ତନ କରିବାରୁ ୬ ଘଣ୍ଟା ସମୟ ଲାଗିଲା।
