ଯୌନ ନିର୍ଯାତନା ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲ୍
ତରୁଣ ତେଜପାଲଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ତେହେଲକାର ପୂର୍ବତନ ସମ୍ପାଦକ ତରୁଣ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ଦଣ୍ଡ ପ୍ରଦାନ କରିଛନ୍ତି । ୨୦୧୩ ମସିହାର ଯୌନ ନିର୍ଯାତନା ମାମଲାରେ ତେହେଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବମ୍ବେ ହାଇକୋର୍ଟଙ୍କ ଗୋଆ ଖଣ୍ଡପୀଠ । ତାଙ୍କ ଓକିଲ ସର୍ବନିମ୍ନ ଦଣ୍ଡ ସହ ସରେଣ୍ଡର କରିବାକୁ ଅତିକମରେ ୮ ସପ୍ତାହ ସମୟ ମାଗିଥିଲେ ।ସୂଚନାଯୋଗ୍ୟ, ଗୋଆରେ ଆୟୋଜିତ ଥିଙ୍କଫେଷ୍ଟ କାର୍ଯ୍ୟକ୍ରମ ସମୟରେ ହୋଟେଲର ଲିଫ୍ଟ ଭିତରେ ଜଣେ କନିଷ୍ଠ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା କରିଥିବା ଅଭିଯୋଗରେ ତେଜପାଲଙ୍କୁ କୋର୍ଟ ଦୋଷୀ କରିଛନ୍ତି । ତେଜପାଲଙ୍କୁ ଆଇପିସିର ଧାରା ୩୭୬(୨)(ଏଫ୍), ୩୭୬(୨)(କେ), ୩୫୪ଏ ଏବଂ ୩୫୪ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି । ବିଶେଷକରି ଧାରା ୩୭୬(୨) ଅନୁଯାୟୀ ସର୍ବନିମ୍ନ ୧୦ ବର୍ଷ ସଶ୍ରମ କାରାଦଣ୍ଡରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି ।
