ଅଲଗା ହେବାକୁ ହାଇକୋର୍ଟ ଦେଲେ ଅନୁମତି
ଅଲଗା ହେବେ ଅନୁଭବ-ବର୍ଷା। ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କର ହେବ ଡିଭୋର୍ସ । ଅଲଗା ହେବ ପାଇଁ ହାଇକୋର୍ଟ ଦେଇଛନ୍ତି ଅନୁମତି । ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ହେଲେ ଏବେ ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି ମିଳିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅକ୍ଟୋବର ୧୦ ତାରିଖରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ନୂଆ ଭିଡିଓ ଛାଡ଼ି ଅନୁଭବ କହିଥିଲେ, ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ରହିଛି । ତେଣୁ ଏଭଳି ସମୟରେ ଅତିକମରେ ଜଣେ ଭଲ ବନ୍ଧୁ ହିସାବରେ ବର୍ଷା ତାଙ୍କ ଛାଡ଼ପତ୍ର ସ୍ୱୀକାର କରିନିଅନ୍ତୁ ଓ ମିଛ ଡ୍ରାମା ବନ୍ଦ କରନ୍ତୁ । ଅଦାଲତ ଦେଇଥିବା ଐତିହାସିକ ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି କହିଥିଲେ ଅନୁଭବ । ଏମିତିକି ବର୍ଷା, ତାଙ୍କ ମାଆ ଓ ଦୁଇ ଭଉଣୀଙ୍କୁ ବି ତାଙ୍କ କଥା ଶୁଣିବାକୁ ଭିଡିଓରେ ଅନୁରୋଧ କରିଥିଲେ ଅନୁଭବ ।