ରାଜ୍ୟରେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ

ରାଜ୍ୟରେ ହେବନି ହାଇକୋର୍ଟ ବେଞ୍ଚ!

ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି । ସୂଚନାଥାଉକି, ୨୦୨୩ ଫେବ୍ରୁଆରୀ ୭ ତାରିଖରେ ଟେକ୍ନୋଲୋଜି ଉପଯୋଗରେ କୋର୍ଟ କାର୍ଯ୍ୟ ସମ୍ଭବପର ହୋଇପାରୁଥିବାବେଳେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ବଲାଙ୍ଗୀରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପ୍ରଶ୍ନ କରିଥିଲେ ବିଧାୟକ କଳିକେଶ ସିଂହଦେଓ।

Leave a Reply

Your email address will not be published. Required fields are marked *