ଟ୍ୱିନ୍ ସିଟିରେ ବର୍ଷା ଜାରି, ଜୀବନଯାତ୍ରା ପ୍ରଭାବିତ
ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା । ଭୁବନେଶ୍ୱର ଓ କଟକରେ ବର୍ଷା ଜାରି । ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ମୂଷଳଧାରାରେ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି । ବିଶେଷକରି ଜଳ ନିଷ୍କାସନ ସମସ୍ୟା ଥିବା ଅଞ୍ଚଳରେ ପାଣି ଜମିବାର ଆଶଙ୍କା ବଢ଼ୁଛି ।ଭୁବନେଶ୍ୱର ସିଆରପି ଛକ ନିକଟ ଜାତୀୟ ରାଜପଥରେ ପୂର୍ବରୁ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବାରୁ ଲଗାଣ ବର୍ଷା ଏବେ ଚିନ୍ତା ବଢ଼ାଉଛି । କଟକରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିଛି । ସହରର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁ ଜୀବନଯାତ୍ରା ପ୍ରଭାବିତ ହେଉଛି । ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି । ଉଭୟ ସହରରେ ବର୍ଷା ଜାରି ରହିଥିବାରୁ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଚାପ ବଢ଼ିପାରେ । ଗତକାଲି ଭୁବନେଶ୍ୱରରେ ପ୍ରାୟ ୨୪ ମିଲିମିଟର ଏବଂ କଟକରେ ୬.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ଏବେ ମଧ୍ୟ ବର୍ଷା ଲାଗି ରହିଥିବାରୁ ଲୋକଙ୍କ ସମସ୍ୟା ବଢ଼ୁଛି ।
